ଦୁର୍ବଳ ମୌସୁମୀ ପ୍ରଭାବରେ ଦିନରେ ବୃଦ୍ଧି ପାଉଛି ତାପମାତ୍ରା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଆଗାମୀ ୫ଦିନ ଯାଏ ଅବସ୍ଥାନ କରିବାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇଛି। ୬ ସହରରେ ଦିନ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ପାଲଟିଛି। ଏହାସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ତେବେ ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବ ଆହୁରି ୪ରୁ ୫ ଦିନ ରହିବା ନେଇ ପାଣିପାଗ ବିଭାଗ କହିଛି।

Share