ଭଞ୍ଜନଗରରେ ବଢୁଛି ତାପମାତ୍ରା , ଉପ ଜିଲାପାଳ, ଅଧକ୍ଷଙ୍କ ଦ୍ବାରା ଜଳସେବା କେନ୍ଦ୍ର ଉଦଘାଟିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢୁଛି। ଜଙ୍ଗଲ ପୋଡ଼ି ଯୋଗୁଁ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଥିଲା। ଅନ୍ୟପଟେ ପାନୀୟ ଜଳ ସମସ୍ୟା ମଧ୍ୟ ଚାରିଆଡ଼େ ଦେଖା ଦେଇଛି। ପଥଚାରୀମାନେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ଭଞ୍ଜନଗର ଏନ ଏ ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉପ ଜିଲାପାଳ ଉମା ଶଙ୍କର ବେହେରା, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗଦେଇ ଜଳ ସେବା କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା କାର୍ଯ୍ୟକ୍ରମ ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ କାଉନସିଲରମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ଲୋକେ ପିଇବା ପାଣି ସମସ୍ୟା ନ ଭୋଗିବା ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଉପ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ...

ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି...

ଯାତ୍ରା ପରେ ଲାଟିନ୍‌ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଫେବୃଆରୀ ୨୬ରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ପାଳନ କରାଯାଇଥିଲା। ଯାତ୍ରା ସରିବାର ୨ଦିନ ପରେ ଏହିସବୁ ସଂସ୍ଥା ନିଜ ନିଜର...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଦିଲ୍ଲୀରେ ଏମ୍‌ପିଙ୍କୁ ଭେଟିଲା ନାଗରିକ ମଞ୍ଚ

କେସିଙ୍ଗା,୧୯ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଦିଲ୍ଲୀ ଗସ୍ତ କରି ଲୋକ ସଭା ଓ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଏକ ଦୁର୍ଗମ ଗ୍ରାମରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି...

୪୫ଜଣଙ୍କୁ ମିଳିବ ମହିଳା ପ୍ରତିଭା ସମ୍ମାନ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଆସନ୍ତା ୨୭ତାରିଖ ମହିଳା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଅଟୋ ଧକ୍କାରେ ମହିଳାଙ୍କ ଜୀବନ ଗଲା, ୨ ଗୁରୁତର

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଙ୍କାଳ ସାହି ଛକରେ ବୁଧବାର ଅପରାହ୍ନ ରେ ଏକ ଅଟୋ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image