Advertisement

ଭଞ୍ଜନଗରରେ ବଢୁଛି ତାପମାତ୍ରା , ଉପ ଜିଲାପାଳ, ଅଧକ୍ଷଙ୍କ ଦ୍ବାରା ଜଳସେବା କେନ୍ଦ୍ର ଉଦଘାଟିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢୁଛି। ଜଙ୍ଗଲ ପୋଡ଼ି ଯୋଗୁଁ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଥିଲା। ଅନ୍ୟପଟେ ପାନୀୟ ଜଳ ସମସ୍ୟା ମଧ୍ୟ ଚାରିଆଡ଼େ ଦେଖା ଦେଇଛି। ପଥଚାରୀମାନେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ଭଞ୍ଜନଗର ଏନ ଏ ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉପ ଜିଲାପାଳ ଉମା ଶଙ୍କର ବେହେରା, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗଦେଇ ଜଳ ସେବା କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା କାର୍ଯ୍ୟକ୍ରମ ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ କାଉନସିଲରମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ଲୋକେ ପିଇବା ପାଣି ସମସ୍ୟା ନ ଭୋଗିବା ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଉପ ଜିଲାପାଳ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share