Categories: ରାଜ୍ୟ

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆଗାମୀ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା

ଭୁବନେଶ୍ୱର,୨୪।୩: ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି । ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌‌ସିୟସ ରେକର୍ଡ କରାଯାଇଥିବାବେଳେ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ସେହିଭଳି ରାତି ତାପମାତ୍ରା ମଧ୍ୟ ୨ରୁ ୩ଡିଗ୍ରୀ ବଢ଼ିପାରେ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଅନେକ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏଥିସହିତ ଆସନ୍ତାକାଲି ଏବଂ ମଙ୍ଗଳବାର ରାଜ୍ୟର ୪-୫ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Share