Posted inରାଜ୍ୟ

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬ା୩: ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୬ ଦଶମିକ ୭ ଡିଗ୍ରୀ ସେଲସିୟସ। ରାଜ୍ୟରେ ଏବେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି।

ଏହାଦ୍ୱାରା ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟମରେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ନୟାଗଡ଼, କଟକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ବିଶ୍ୱ ପାଣିପାଗ ସଂଗଠନ ଏଲ୍‌‌ ନିନୋକୁ ନେଇ ନୂଆ ତଥ୍ୟ ଜାରି କରିଛି। ଏଲ୍‌‌ ନିନୋ ଏବେ ଦୁର୍ବଳ ହେବା ସତ୍ତେ୍ୱ ମାର୍ଚ୍ଚରୁ ମେ’ ମଧ୍ୟରେ ପ୍ରାୟ ସବୁ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଅନୁମାନ କରାଯାଇଛି। ସଂଗଠନର ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚରୁ ମେ’ ମଧ୍ୟରେ ଏଲ୍‌‌ ନିନୋର ପ୍ରଭାବ ବଳବତ୍ତର ରହିବାର ୬୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏପ୍ରିଲରୁ ଜୁନ୍‌‌ ମଧ୍ୟରେ ଏଲ୍‌‌ ନିନୋ କିମ୍ବା ଲା ନିନା ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଏଲ୍‌‌ ନିନୋ ହାରାହାରି ୨ରୁ ୭ ବର୍ଷରେ ହୁଏ ଏବଂ ସାଧାରଣତଃ ୯ରୁ ୧୨ ମାସ ପର୍ଯ୍ୟନ୍ତ ତା’ର ପ୍ରଭାବ ରହିଥାଏ। ଏହା ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା, ଯାହା କେନ୍ଦ୍ରୀୟ ଓ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ମତା ସହ ଜଡ଼ିତ। ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

ବାତ୍ୟାରେ ଜିରୋ କାଜୁଆଲିଟି ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କୁ ସୁରକ୍ଷିତ ରଖି…

ଭୁବନେଶ୍ୱର,୨୬ା୧୦: ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀପରିଷଦ, ଏମ୍‌ପି, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ବିପତ୍ତି...

ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ।...

ପୌରାଧ୍ୟକ୍ଷା ପଦ ହରାଇବା ପରେ ବିଷ୍ଣୁ ପ୍ରଧାନଙ୍କୁ ମିଳିଲା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri