ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁ ବଢୁଛି ତାତି। ଆଗକୁ ଆହୁରି ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଭଦ୍ରକ ଜିଲା ଚାନ୍ଦବାଲିରେ ସର୍ବାଧିକ ୩୭.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସମ୍ବଲପୁରରେ ୩୬.୫ ଡିଗ୍ରୀ ଏବଂ ଅନୁଗୋଳରେ ୩୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି
11 ସହରରେ ଦିନ ତାପମାତ୍ରା 35°C କିମ୍ବା ଅଧିକ ରେକର୍ଡ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 37.2°C,
ସମ୍ବଲପୁର ରେ 36.5 °C ଏବଂ ଅନୁଗୁଳ ରେ 36.1°C ଦିନ ତାପମାତ୍ରା
ଉଚ୍ଚ ଦିନ ତାପମାତ୍ରା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି pic.twitter.com/zaacucYp88
— Meteorological Centre, Bhubaneswar (@mcbbsr) September 1, 2022