ବଢ଼ୁଛି ଶୀତ: ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟର ୧୯ ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତ ବଢ଼ି ଥିବା ବେଳେ ଏହାର ପ୍ରକୋପ ମଧ୍ୟ ଦେଖିବାକୁ ମିଳୁଛି।

Share