ରାଜ୍ୟରେ ଅନୁଭୂତ ହେଲାଣି ଶୀତ, ୧୫ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ରାଜ୍ୟରୁ ମୌସୁମୀ ଫେରିଯାଇଛି। ମୌସୁମୀ ଫେରିଯିବା ପରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଅନୁଭୂତ ହେଲାଣି। ରାଜ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ସୋନପୁରରେ ତାପମାତ୍ରା ୧୨.୮ ଡିଗ୍ରୀ ରହିଛି। ଯାହାକି ସବୁଠୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ସେହିପରି ଅନୁଗୋଳରେ ୧୩.୮ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ରହିଛି। ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢ଼ିବ ବୋଲି ସୂଚନାରୁ ଜଣାପଡ଼ିଛି।

Share