ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଙ୍ଗାସୁ, ସିଚୁଆନ, ଚୋଗକିଙ୍ଗ୍‌, ହେନାନା, ଅନହୁଇ, ହୁନାନ, ଝୋଜିୟାଙ୍ଗ, ଫୁଜିୟାନ, ଝିଞ୍ଜିୟାଙ୍ଗରେ ଦିନରେ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ରହୁଛି। ଆଉ କେତେକ ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ସମୟରେ ଶ୍ରମିକମାନେ ବାହାରକୁ ଯାଇ କାମ କରିବାକୁ ବାରଣ କରାଯାଇଛି। ଲୁ’ରୁ ବଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ପ୍ରବଳ ଉତ୍ତାପରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

Share