ଦାରିଙ୍ଗବାଡିରେ ଶୀତ ଉଭାନ, ହେଉନି ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି,୨୩।୧୧(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୀତ ଉଦ୍ଭାନ ହୋଇଯାଇଛି। ଗତ ଏକ ସପ୍ତାହରେ ତାପମାତ୍ରା ୧୦ ଡିଗ୍ରୀରୁ ୧୫.୫ଡିଗ୍ରୀରେ ପହଞ୍ଚିଛି। ଫଳରେ ଶୀତରୁ ଟିକେ ନିସ୍ତାର ମିଳିଛି। ଚଳିତ ଥର ଶୀତ ବିଳମ୍ବରେ ଆସିଥିବା ବେଳେ ମଝିରେ ମଝିରେ ପାଗ ମେଘୁଆ ରହୁଛି, ତେଣୁ ତାପମାତ୍ରାରେ ବୃଦ୍ଧି ହେଉଥିବା କୁହାଯାଇଛ। ଶୀତ କମିଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡି ଆସିବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଜଣାପଡିଛ। ବ୍ଲକ ପ୍ରଶାସନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୧୬ ତାରିଖରେ ସର୍ବନିମ୍ମ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିବା ବେଳେ ସପ୍ତାହ ପରେ ପୁଣି ତାପମାତ୍ରା ୫ଡିଗ୍ରୀକୁ ବୃଦ୍ଧି ପାଇଛି।

Share