ଭୁବନେଶ୍ୱର,୩ା୨(ବ୍ୟୁରେ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରି ଅନୁଭତ ହେବ। ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୭ ଡିଗ୍ରୀ ତାପମାତ୍ରା ଖସିଥିବା ବେଳେ ଝାରସୁଗୁଡାରେ ୮.୮ ଡିଗ୍ରୀ, ଫୁଲବାଣୀରେ ୪.୫ ଡିଗ୍ରୀ ଏବଂ ଭୁବନେଶ୍ବରରେ ୩.୭ ଡିଗ୍ରୀକୁ ପାରଦ ଖସିଛି। ତେଣୁ ଶୀତ ଲହରି ଜାରି ରହିବ।