Posted inଜାତୀୟ

ହୋଲି ବେଳେ ୪୦ ଡେଇଁବ ତାପମାତ୍ରା

ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି।
ବୈଜ୍ଞାନିକମାନଙ୍କ ସଂସ୍ଥା ‘କ୍ଲାଇମେଟ୍‌ ସେଣ୍ଟ୍ରାଲ’ ବୈଶ୍ୱିକ ପରିତାପନ ପରିପ୍ରେକ୍ଷୀରେ ଭାରତର ସ୍ଥିତି ଉପରେ ବିଶ୍ଳେଷଣ କରିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ଶେଷ ଭାଗରେ ଭାରତର ତାପମାତ୍ରାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିବ। ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼ ଓ ବିହାରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ୫ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି। ରାଜସ୍ଥାନ, ଗୁଜରାଟ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ବଢ଼ିପାରେ। ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ ୧୯୭୦ ମସିହାରୁ ଅଦ୍ୟାବଧି ମାର୍ଚ୍ଚ ଓ ଏପ୍ରିଲ ଭିତରେ ତାପମାତ୍ରା ହାର ମଧ୍ୟରେ ରହିଥିବା ତାରତମ୍ୟକୁ ଅନୁଧ୍ୟାନ କରିଥିଲେ। ସେମାନଙ୍କ ମତରେ ବର୍ତ୍ତମାନ ଭାରତରେ ଏପରି ୩୭ ସହର ରହିଛି, ଯେଉଁଠି ୪୦ ଡିଗ୍ରୀ ଉପରକୁ ତାପମାତ୍ରା ବଢ଼ିବା ନେଇ ଅନୂ୍ୟନ ୧% ଆଶଙ୍କା ଉପୁଜିଛି। ସେହିପରି ୧୧ ସହରରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ଆଶଙ୍କା ରହିଛି। ମାର୍ଚ୍ଚ-ଏପ୍ରିଲରେ ସାରା ଦେଶରେ ତାତି ବଢ଼ିବ ବୋଲି କ୍ଲାଇମେଟ୍‌ ସେଣ୍ଟ୍ରାଲ ପକ୍ଷରୁ କୁହାଯାଇଛି। ଏହି ତାପମାତ୍ରା ବୃଦ୍ଧି ପାଇଁ କ୍ଲାଇମେଟ୍‌ ସେଣ୍ଟ୍ରାଲର ସାଇନ୍ସ ଭାଇସ୍‌ ପ୍ରେସିଡେଣ୍ଟ ଆଣ୍ଡ୍ର୍ୟୁ ପେର୍ଶିଂ ମାନବକୃତ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ସ୍କାଏମେଟ ଓ୍ବେଦରର ମେଟେରୋଲୋଜି ଆଣ୍ଡ୍‌ କ୍ଲାଇମେଟ୍‌ ଚେଞ୍ଜ ଭାଇସ୍‌ ପ୍ରେସିଡେଣ୍ଟ ମହେଶ ପାଲାଓ୍ବତ୍‌ କହିଛନ୍ତି, ଆଗକୁ ତାତି ବୃଦ୍ଧିର ଏହି ଧାରା ଜାରି ରହିବ। ଗ୍ରୀଷ୍ମଋତୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଅନ୍ୟପକ୍ଷେ ୧୮୫୦ରୁ ବିଶ୍ୱବ୍ୟାପୀ ତାପମାତ୍ରା ୧.୧ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ବୃଦ୍ଧି ପାଇଛି। ଏଥିଯୋଗୁ ୨୦୨୩ରେ ତାପମାତ୍ରା ରେକର୍ଡ ଭାଙ୍ଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ବଢିଲା e-KYC ତାରିଖ

ନୂଆଦିଲ୍ଲୀ,୧୪।୩: ରାଶନ କାର୍ଡଧାରୀ ପାଇଁ ଖୁସି ଖବର। ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ରାଶନ କାର୍ଡଧାରୀଙ୍କୁ ପୁଣି ଥରେ e-KYC ପଞ୍ଜୀକରଣର ଶେଷ...

Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍‌

ବଦଳିଯିବ ଜହ୍ନର ରଙ୍ଗ। ଦେଖାଯିବ ଗାଢ ଲାଲ୍‌। ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍‌ ହୋଲି ଦିନରେ ଆକାଶରେ ଦେଖି ପାରିବେ ବ୍ଲଡ ମୁନ । ଏପରି...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

ଯେଉଁ ବ୍ୟକ୍ତି ଡିଜାଇନ କରିଥିଲେ ଟଙ୍କାର ପ୍ରତୀକ ‘‘₹’’, ଷ୍ଟାଲିନଙ୍କ ନିଷ୍ପତ୍ତି ଉପରେ ଦେଲେ ବଡ଼ ବୟାନ…

ଚେନ୍ନାଇ, ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ...

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲେ ୩

ଗାନ୍ଧୀନଗର,୧୪ା୩: ଗୁଜରାଟର ରାଜକୋଟରେ ଶୁକ୍ରବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଆଟଲାଣ୍ଟିସ ବିଲଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି କୋଠା ଭିତରେ...

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image