ଫେବୃୟାରୀରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଫେବୃୟାରୀରେ ତାପମାତ୍ରା ସ୍ବଭାବିକଠାରୁ ଅଧିକ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଗଛର ଅଭାବ ଯୋଗୁ ତାତି ବିଢ଼ିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ତାପମାତ୍ରା ସ୍ବଭାବିକଠୁ ୩ରୁ ୪ ଡିଗ୍ରୀ ଅଧିକ ରହିବା ନେଇ ଅନୁମାନ କରାଯାଉଛି। ତେବେ ପ୍ରଥମ ସପ୍ତାହରୁ ଗରମ ଅନୁଭୂତ ହେବା ସହ ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା।

Share