Advertisement
Categories: ଜାତୀୟ

ଝାନ୍ସୀ ମନ୍ଦିର, ମସ୍‌ଜିଦରୁ ହଟିଲା ଡାକବାଜି ଯନ୍ତ୍ର

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଝାନ୍ସୀରେ ଥିବା ସର୍ବବୃହତ ମନ୍ଦିର ଓ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇଦିଆଯାଇଛି। ଐକ୍ୟଭାବ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଏହା ଏକ ଉଦାହରଣ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ୟୁପିର ବିଭିନ୍ନ ମନ୍ଦିର, ମସ୍‌ଜିଦରୁ ୧୨୫ ଡାକବାଜି ଯନ୍ତ୍ର ହଟାଗଲାଣି। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ଥାନରେ ଶବ୍ଦକୁ ୧୭ ହଜାର ଆମ୍ପ୍ଲିଫାୟାରକୁ ହ୍ରାସ କରାଯାଇଛି। ଝାନ୍ସୀର ଗାନ୍ଧୀ ଚୌକ୍‌ ଅଞ୍ଚଳରେ ଥିବା ବୃହତ୍‌ ରାମଜାନକୀ ମନ୍ଦିର ଏବଂ ସୁନ୍ନି ଜାମା ମସ୍‌ଜିଦ୍‌ର ପୂଜକ ଏବଂ ଇମାମ ଆଲୋଚନା କରି ସେମାନଙ୍କ ପରିସରରୁ ଡାକବାଜି ଯନ୍ତ୍ର ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ଦେଶବାସୀଙ୍କୁ ଭଲପାଇବା, ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବନାର ବାର୍ତ୍ତା ଦେଇଥିବା କୁହାଯାଉଛି।

Share