ଭଙ୍ଗାଗଲା ମନ୍ଦିର, ପାଚେରି

କଟକ ଅଫିସ,୫।୬: କଟକ ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଛତ୍ରଗଡା ରାସ୍ତା ପାର୍ଶ୍ୱରେ ଥିବା ମନ୍ଦିର ଓ ପାଚେରିଗୁଡିକ ଭଙ୍ଗାଯାଇଥିଲା। ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ(ସିଏମ୍‌ସି) ଅଧିକାରୀ ପରେଶ କୁମାର ନାୟକ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସରକାରୀ ଓ ବେସରକାରୀ ସ୍ଥାନରୁ ଉଚ୍ଛେଦ କରାଯାଇଥିବାବେଳେ ପ୍ରାୟ ୨୦ ଏକର ଜାଗା ଚିହ୍ନଟ ହୋଇସାରିଛି ା ବସ୍‌ ଟର୍ମିନାଲ ପାଇଁ ଦୁଇଟି ଚଉଡା ରାସ୍ତା ନିର୍ମାଣ କରାଯିବା ଯୋଜନା ରହିଛି। ଗୋଟିଏ ପଟେ ଦୂରଗାମୀ ବସ୍‌ ଓ ଅନ୍ୟପଟେ ମୋ ବସ୍‌ ଯାତାୟାତ କରିବ। ଆସନ୍ତା ୯ ମାସ ମଧ୍ୟରେ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିବ ବୋଲି ଜିଲାପାଳ କହିଛନ୍ତି ା

Share