Categories: ଜାତୀୟ

ଫଟା ଜିନ୍ସ ପିନ୍ଧୁଥିଲେ ମନ୍ଦିର ମନା: ମୁକ୍ତେଶ୍ୱର ମନ୍ଦିରଲେ ଲାଗୁହେଲା ନିୟମ

ଉତ୍ତରପ୍ରଦେଶ: ନିକଟରେ ଆଗ୍ରା-ମଥୁରା ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯିବା ପରେ ଅନେକ ଜିଲାର ମନ୍ଦିରରେ ଏଭଳି ନିୟମ ଲାଗୁ କରାଯାଉଛି। ଭକ୍ତମାନଙ୍କୁ ମନ୍ଦିରରେ ହିନ୍ଦୁ ସଂସ୍କୃତି ଅନୁସାରେ ଡ୍ରେସ ପିନ୍ଧିବାକୁ କୁହାଯାଇଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ହାପୁରର ପ୍ରସିଦ୍ଧ ମୁକ୍ତେଶ୍ୱର ମହାଦେବ ମନ୍ଦିରର ନାମ ମଧ୍ୟ ଏଥିରେ ଯୋଡି ହୋଇଯାଇଛି, ଯେଉଁଠାରେ ବର୍ତ୍ତମାନ ଭକ୍ତମାନଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯାଇଛି। ଏହା ଅଧୀନରେ ଚିରା ଜିନ୍ସ, ସର୍ଟସ, ଫ୍ରକ ଏବଂ ନାଇଟ ସୁଟ ପରି ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ମୁକ୍ତେଶ୍ବର ମହାଦେବ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ବାହାରେ ଏବଂ ଭିତରେ ପୋଷ୍ଟର ଲଗାଯାଇଛି ଯେଉଁଥିରେ ଭକ୍ତମାନଙ୍କୁ ମନ୍ଦିର ଭିତରେ ମର୍ଯ୍ୟାଦାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ନିବେଦନ କରାଯାଇଛି। ମନ୍ଦିର ପ୍ରଶାସନ କହିଛି, ମନ୍ଦିର ଭିତରେ ଚିରା ଏବଂ ଛୋଟ ପୋଷାକ ପିନ୍ଧିବା ଦ୍ୱାରା ମନ୍ଦିରର ଗାରିମା ନଷ୍ଟ ହୋଇଥାଏ।

Share