Posted inଫୁରସତ

ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର

ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି। ତାମିଲନାଡୁରେ ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସ ମାଧ୍ୟମରେ କରୋନାକୁ ହରାଇବାକୁ ଲୋକେ ପ୍ରସ୍ତୁତି ଚଲାଇଛନ୍ତି। ତାମିଲନାଡୁର କୋଏମ୍ବାଟୁର ଜିଲାର କାମାଚିପୁରୀରେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଆଦିନାମ ମନ୍ଦିର ଜରିଆରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି।
ମନ୍ଦିରରେ ଦେଢ ଼ ଫୁଟ କଳା ପଥର ପ୍ରତିମାକୁ କରୋନା ଦେବୀଙ୍କ ପ୍ରତିମୂର୍ତ୍ତି ରୂପେ ପୂଜା କରାଯାଉଛି। ଏହି ମନ୍ଦିରରେ ୪୮ ଦିନ ପର୍ଯ୍ୟନ୍ତ ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ। ମନ୍ଦିର ପରିଚାଳନା ଏବଂ ଲୋକମାନେ କୁହନ୍ତି ପ୍ରକୃତି ମାକ୍ଷ ରାଗିଯାଇଛନ୍ତି, ତେଣୁ ସଂକ୍ରମଣର ମାତ୍ରା ବଢିବାରେ ଲାଗିଛି। ପୂଜାପାଠ କଲେ ଦେବୀ ଖୁସି ହେବେ। ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଭଗବାନ ସେମାନଙ୍କୁ ବିପରୀତ ପରିସ୍ଥିତିରେ ସାହାଯ୍ୟ କରନ୍ତି। ସେଥିପାଇଁ ସେମାନେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ସେମାନଙ୍କ ଦୃଢ ବିଶ୍ୱାସ ରହିଛି ଯେ, ଭଗବାନ ନିଶ୍ଚିତ ଭାବରେ ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରିବେ। ଏହି ମନ୍ଦିରରେ ସାଧାରଣ ଲୋକଙ୍କ ପ୍ରବେଶ ଅନୁମତି ଦିଆଯିବ ନାହ। ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି ଯେ କରୋନା ବୃଦ୍ଧି ଯୋଗୁ ଲୋକଙ୍କୁ ମନ୍ଦିରକୁ ଆସି ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁ। ମନ୍ଦିର ପରିଚାଳନା ପକ୍ଷରୁ ଏହା ୪୮ ଦିନ ପାଇଁ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri