ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୂଜା ପରେ ସେଓକୁ ପ୍ରସାଦ ଭାବେ କୋଭିଡ୍‌-୧୯ ଆକ୍ରାନ୍ତ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।

Share