Categories: ଜାତୀୟ

ମନ୍ଦିର ହେବ ସରକାରୀ ନିୟନ୍ତ୍ରଣ ମୁକ୍ତ…

ବେଙ୍ଗାଲୁରୁ, ୩୦।୧୨: ଖୁବ୍‌ ଶୀଘ୍ର କର୍ନାଟକର ସମସ୍ତ ମନ୍ଦିର ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ହେବ। ମନ୍ଦିର ଗୁଡ଼ିକ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଗୁରୁବାର ଏଭଳି କହିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏନେଇ ଏକ ଆଇନ ଆଣିବାର ଯୋଜନା ରହିଛି। ହୁବଲିରେ ଭାଜପା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ବୋମ୍ମାଇ ଏହା କହିଛନ୍ତି। ବର୍ତ୍ତମାନ ମନ୍ଦିରଗୁଡିକ ବିଭିନ୍ନ ଆଇନ ଏବଂ ନିୟମାବଳୀ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯିବ।

ରାଜ୍ୟର ବହୁ ଧାର୍ମିକ ସ୍ଥଳ ବିଭିନ୍ନ ନିୟମ ଅନୁଯାୟୀ ନିରାପଦରେ ସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ ହିନ୍ଦୁ ମନ୍ଦିରଗୁଡିକ ସରକାରଙ୍କ ନିୟମାବଳୀ ଦ୍ୱାରା ପରିଚାଳିତ ହେବା ସହ ଏଗୁଡ଼ିକର ବିକାଶ ପାଇଁ ସରକାରୀ ଅର୍ଥ ବ୍ୟବହାର କରାଯାଉଛି। ତେବେ ଆଗାମୀ ଦିନରେ ଏସବୁ ଆଉ ହେବ ନାହିଁ।

ମନ୍ଦିରକୁ ନିଜସ୍ବ କାର୍ଯ୍ୟ ପାଇଁ ସ୍ବତନ୍ତ୍ରତା ପ୍ରଦାନ ପାଇଁ ରାଜ୍ୟ ସରକାର ଆଇନ ଆଣିବାକୁ ଯୋଜନା କରିଥିବା ସେ କହିଛନ୍ତି।

Share