ରାଜ୍ୟରେ ଖୋଲିପାରେ ମନ୍ଦିର, ସରକାରଙ୍କ ତତ୍ପରତା ପ୍ରକାଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଆସନ୍ତା ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି କିପରି ମନ୍ଦିର ଖୋଲାଯିବ ସେ ନେଇ ରାଜ୍ୟ ସରକାର ଏସ୍‌ଓପି ଜାରି କରିବେ।


ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଥିବା ବେଳେ ଆମ ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ମହଲରୁ ଚାପ ପଡୁଥିଲା। ଜୀବନ ଜୀବିକା ଦୁର୍ବିସହ ହୋଇପଡୁଛି ବୋଲି ବିଭିନ୍ନ ମନ୍ଦିରର ପୂଜକମାନେ ଦାବି କରିଆସୁଥିଲେ। ବର୍ତ୍ତମାନ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Share