Posted inଜାତୀୟ

ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ସାରା ଦେଶ ନିମନ୍ତେ ଏକ ମାର୍ଗଦର୍ଶିକା ଆଣିବେ। ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ କିମ୍ବା ଏପରିକି ଦୋଷୀସାବ୍ୟସ୍ତ ହୋଇଥିଲେ ମଧ୍ୟ ଏହାକୁ କାରଣ ଭାବେ ଦର୍ଶାଇ ତାଙ୍କ ଘରକୁ ଭଙ୍ଗାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତେବେ ସର୍ବସାଧାରଣ ସ୍ଥାନ, ରାସ୍ତା, ଫୁଟ୍‌ପାଥ, ସରକାରୀ ଜମି, ଜଙ୍ଗଲ, ଜଳଉତ୍ସ ଭଳି ସ୍ଥାନରେ ଜବରଦଖଲକୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। କୌଣସି ନିର୍ଦ୍ଦିଷ୍ଟ ଧର୍ମ ପାଇଁ ଅଲଗା ଆଇନ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କେ.ଭି. ବିାବନାଥନ୍‌ଙ୍କ ଖଣ୍ଡପୀଠ କହିଛନ୍ତି। ବିଭିନ୍ନ ରାଜ୍ୟରେ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟମାନଙ୍କ ଘରକୁ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିଦେଉଥିବାରୁ ଏହାକୁ ଚ୍ୟାଲେଞ୍ଜ ସୁପ୍ରିମକୋର୍ଟରେ ଦାଏର ଏକାଧିକ ମାମଲାର ଶୁଣାଣିବେଳେ ଖଣ୍ଡପୀଠ ଏହା କହିଛନ୍ତି। ଜବରଦଖଲ ଉଚ୍ଛେଦ ନେଇ ସମସ୍ତ ନାଗରିକଙ୍କ ପାଇଁ ସର୍ବୋଚ୍ଚ ଅଦାଲତ ଗାଇଡ୍‌ଲାଇନ ଆଣିବେ ବୋଲି କହିବା ସହ ରାୟ ସଂରକ୍ଷିତ ରଖିଛନ୍ତି।
ଧର୍ମ ଓ ବିଶ୍ୱାସ ନିର୍ବିଶେଷରେ କୌଣସି ବ୍ୟକ୍ତି ବେଆଇନ ଭାବେ କରିଥିବା ନିର୍ମାଣକୁ ହଟାଇବାକୁ ପଡ଼ିବ। ଅଦାଲତଙ୍କ ଅନୁମତି ବିନା ଅକ୍ଟୋବର ୧ ପର୍ଯ୍ୟନ୍ତ କୌଣସି ଘର ନ ଭାଙ୍ଗିବା ପାଇଁ ସେପ୍ଟେମ୍ବର ୧୭ରେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଫଇସଲା ହେବା ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ। ଲୋକଙ୍କ ସୁରକ୍ଷା ଓ ଜନସ୍ବାର୍ଥ ସର୍ବାଗ୍ରେ ହୋଇଥିବାରୁ ରାସ୍ତା ମଝିରେ ନିର୍ମାଣ ହୋଇଥିବା ଧର୍ମୀୟ ଢାଞ୍ଚା ହଟାଇବାକୁ ହେବ ବୋଲି ପ୍ରଥମ ଦିନରୁ ଆମେ କହିଥିଲୁ। ଅଦାଲତ ଯାହା ନିର୍ଦ୍ଦେଶ ଦେବେ ତାହା ସାରା ଦେଶରେ ଲାଗୁ ହେବ। ତେବେ ଏହା ଯେପରି କୌଣସି ସର୍ବସାଧାରଣ ସ୍ଥାନ ଅବରୋଧ କରିବାରେ ସହାୟକ ନ ହୁଏ, ତାହା ନିଶ୍ଚିତ କରାଇବା ଦିଗରେ ଆମେ ଯତ୍ନବାନ୍‌ ହେବୁ ବୋଲି ଖଣ୍ଡପୀଠ କହିଛନ୍ତି।
ଶୁଣାଣି ବେଳେ ଖଣ୍ଡପୀଠ ଆହୁରି କହିଛନ୍ତି, ଜବରଦଖଲ ଉଚ୍ଛେଦ ପାଇଁ ମାଲିକଙ୍କ ପାଖକୁ ରେଜିଷ୍ଟ୍ରି ପୋଷ୍ଟରେ ନୋଟିସ ପଠାଇବାକୁ ହେବ। ଏଥିସହିତ ସେଗୁଡ଼ିକ ଅନ୍‌ଲାଇନ ପୋର୍ଟାଲରେ ପ୍ରଦର୍ଶିତ ହେବା ଆବଶ୍ୟକ, ଯାହା ଫଳରେ ଏହାର ଡିଜିଟାଲ ରେକର୍ଡ ରହିବ। କର୍ତ୍ତୃପକ୍ଷ ଦେଉଥିବା ନିର୍ଦ୍ଦେଶ କେତେଦୂର ଠିକ୍‌ ତାହା ବିଚାର ବିଭାଗ ତଦାରଖ କରିପାରିବ। ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶନାମା ଜାରି ଏବଂ ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ୧୦ରୁ ୧୫ ଦିନ ସମୟ ଦିଆଯିବା ଆବଶ୍ୟକ, ଯେପରି ଲୋକମାନେ ବିକଳ୍ପ ବ୍ୟବସ୍ଥା କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଉଚ୍ଛେଦକୁ ବିରୋଧ କରି ମହିଳା ଓ ଛୋଟ ପିଲାମାନେ ରାସ୍ତାକୁ ଓହ୍ଲାଇବା ଭଲ ଦେଖାଯାଉ ନାହିଁ। ଯଦି ନୋଟିସ ଜାରି ହେବାର ୧୫ ଦିନ ପରେ ଉଚ୍ଛେଦ କରାଯାଏ ତେବେ କିଛି କ୍ଷତି ହେବନାହିଁ ବୋଲି ଜାମିଆଦ୍‌ ଉଲମା-ଇ-ହିନ୍ଦ୍‌ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

‘ଆସ ସ୍କୁଲ ଯିବା’: ଅଧାରୁ ପାଠ ଛାଡିଥିବା ୨୬ ଛାତ୍ରୀଛାତ୍ର ପୁଣି ପଢିବେ ପାଠ

ବରଗଡ,୧୮।୯(ପ୍ରେମାନନ୍ଦ ଖମାରୀ): ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ...

ପୁଟିନଙ୍କ ଉପରେ ଖୁବ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି...

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ...

ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…

ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ...

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି...

ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବେ ଆର ଅଶ୍ୱିନ

ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ଅବସର ନେଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦେଖାଯିବେ। ଏଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image