Posted inଜାତୀୟ

‘ମଥୁରା-କାଶୀରେ ମନ୍ଦିର ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ କରାଯାଇଛି… ସର୍ଭେ, କୋର୍ଟର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ,୮।୨: ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ଅଲିଗଡ ମୁସଲିମ୍‌ ୟୁନିଭର୍ସିଟିର ପ୍ରଫେସର ତଥା ଜଣାଶୁଣା ଐତିହାସିକ ଇରଫାନ ହବିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମଥୁରା ଏବଂ କାଶୀର ମନ୍ଦିର ଭାଙ୍ଗି ମସଜିଦ ର୍ନିମାଣ କରାଯାଇଛି। ଅନେକ ଇତିହାସ ପୁସ୍ତକରେ ଏହାର ଉଲ୍ଲେଖ କରାଯାଇଛି। ଏହାକୁ ପ୍ରମାଣ କରିବାକୁ କୌଣସି ସର୍ଭେ କିମ୍ବା କୋର୍ଟ କଚେରୀର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସେହିଭଳି ୧୯୯୧ରେ ପୂଜାପାଠ ସ୍ଥାନ ଭାବରେ ଏହାର ବର୍ତ୍ତମାନର ସ୍ବରୂପକୁ ସଂରକ୍ଷିତ କରାଯାଇଛି, ଯାହା ଅନୁଯାୟୀ ୧୯୪୭ର ସ୍ଥିତିକୁ ବଜାୟ ରଖିବାକୁ ପଡିବ। ଯଦି କୌଣସି ପରିବର୍ତ୍ତନ କରିବାକୁ ହୁଏ ତେବେ ଏଥିପାଇଁ ଆଇନକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ସେ ମଧ୍ୟ କହିଛନ୍ତି।

ହବିବ କହିଛନ୍ତି, ୧୯୯୧ର ପ୍ଲେସ ଅଫ ଓରସିପ୍‌ ଅଧିନିୟମ ଅନୁଯାୟୀ ଏହାର ବର୍ତ୍ତମାନର ସ୍ବରୂପ ସୁରକ୍ଷିତ ଅଛି। ତଦନୁଯାୟୀ ୧୯୪୭ର ସ୍ଥିତି ବଜାୟ ରଖିବାକୁ ପଡିବ। କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରିବାକୁ ପଡିବ। ଏଥିପାଇଁ ଆଇନକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ। ତିନି ଶହ, ଚାରି ଶହ ବର୍ଷ ପରେ ସେଗୁଡ଼ିକର ମରାମତି କରିବାର ଅର୍ଥ କ’ଣ? ଏହା ସହିତ ସେ ଏକ ଉଦାହରଣ ଭାବରେ କହିଛନ୍ତି ଯେ ଭାରତରେ ହଜାର ହଜାର ବୌଦ୍ଧମଠଗୁଡ଼ିକୁ ଭାଙ୍ଗି ମନ୍ଦିର ନିର୍ମାଣ କରାଯାଇଥିଲା। ଏହା ପରେ ତୁମେ ସେଗୁଡ଼ିଙ୍କୁ ମଧ୍ୟ ଭାଙ୍ଗିବ କି? ଗୟାର ମହାବୋଧି ମନ୍ଦିର ଏହାର ତାଜା ଉଦାହରଣ। ଯେଉଁଠାରେ ଶୈବ ଧର୍ମର ଲୋକମାନେ କବ୍ଜା କରିଛନ୍ତି। ହେଲେ ବର୍ତ୍ତମାନ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀ ଏଠାରେ ପୂଜା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ...

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ।...

ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ

ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri