ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ପୁରୀ,୧୪।୭: ଅନେକ ଚର୍ଚ୍ଚା ଆଲୋଚନା ପରେ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତି ସାରିଥିବା ବେଳେ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ମଧ୍ୟ ଆସିଛି। ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ଼ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିରରେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ସେମାନଙ୍କୁ ଯାଞ୍ଚ କରାଯିବ। ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ତେବେ ରତ୍ନଭଣ୍ଡାର କେତେବେଳେ ଖୋଲାଯିବ ସେନେଇ ମନ୍ଦିରର ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଘଣ୍ଟ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶନିବାର ଆଇନ ମନ୍ତ୍ରୀ ପୃ୍‌ଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟ ଅତ୍ୟନ୍ତ ସ୍ବଚ୍ଛତା ସହ ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକ କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ, ଓଜନ ଓ ଫଟୋଚିତ୍ର ସମ୍ବଳିତ ଡିଜିଟାଲ କାଟାଲଗ୍‌ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାକି ଭବିଷ୍ୟତ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ଉପଯୋଗ କରିହେବ । ଏହି ସମସ୍ତ ପ୍ରକ୍ରିୟାରେ ଧାର୍ମିକ ଭାବାବେଗ, ସ୍ବଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ଦିଆଯିବ। ଏ ନେଇ ପ୍ରସ୍ତୁତ ଏସ୍‌ଓପି ମନ୍ଦିର ପ୍ରଶାସନକୁ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।

ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସ୍‌ଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତର୍ଜମା କରାଯାଇଛି। ଏହି ସମସ୍ତ ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ଓପିରେ ସବୁକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କେଉଁ କମିଟି କ’ଣ କାର୍ଯ୍ୟ କରିବ ତାହା ମଧ୍ୟ ଉଲ୍ଲେଖ ରହିଛି। ଗଣତି ସମୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ। ସେହିଭଳି ଭିତର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇଛି। ବିଭିନ୍ନ କମିଟିରେ ମନ୍ଦିର ପରିଚାଳନା ସଦସ୍ୟ, ସେବାୟତ, ଏଏସ୍‌ଆଇ ପ୍ରତିନିଧି, ରିଜର୍ଭ ବ୍ୟାଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସବୁ କମିଟିର ସୁପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦ରୁ ୭୨ ଦିନ ସମୟ ଲାଗିଥିଲା। ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି। ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ । ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ମହାପ୍ରଭୁଙ୍କ ନୀତି ତଥା ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ କିଛି କଥା ଲୁକ୍କାୟିତ ରହିବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଯୁବକଙ୍କୁ ପଥରରେ ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ

ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ...

Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସେ ଦୁଇ ଦିନ ପାଇଁ Jeddahରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ...

Mahesh Babu Summon: ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁଙ୍କୁ EDର ସମନ

ଚେନ୍ନାଇ,୨୨।୪: ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ ରେ ହାଜର ହେବାକୁ...

ମିଳିତ ମହାମଞ୍ଚ ପକ୍ଷରୁ ବ୍ରାହ୍ମଣୀଗାଁରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ, ପ୍ରଥମ ଦିନରେ ବାଜିମାରିଲା ଏମ୍‌.ଖାତିଗୁଡ଼ା ଦଳ

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ମିଳିତ ମହାମଞ୍ଚ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ସୋମବାର ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ...

IPL 2025 ମଧ୍ୟରେ CSKର ଏହି ଖେଳାଳିଙ୍କ ପିତାଙ୍କ ମୃତ୍ୟୁ, ଭାଙ୍ଗିପଡିଲେ…

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025ର ୩୮ତମ ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image