ଭୁବନେଶ୍ୱର,୩୦।୫: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗଲା କିଛି ଦିନ ହେଲା ତାପମାତ୍ରା ୪୬ ଡିଗ୍ରୀ ପାର କରିଛି। ଗୁରୁବାର ଦିନ ସାଢ଼େ ୨ରେ ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ପାର କରିଛି। ସେହିପରି ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା ୪୩.୮ ଡିଗ୍ରୀ, କେନ୍ଦୁଝର ୪୧.୪, ବାଲେଶ୍ବର ୩୬.୬ ଏବଂ ଭୁବନେଶ୍ବର ୩୬.୪ ଡିଗ୍ରୀ ରେକର୍ଡ ହୋଇଛି।
ତେବେ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେରେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମଧ୍ୟାହ୍ନ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି।
ସେହିପରି ଟିଟିଲାଗଡ଼ାରେ ୩୮ ଡିଗ୍ରୀ, ବଲାଙ୍ଗୀରରେ ୩୭.୪, ସୋନପୁର ଓ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ହୀରାକୁଦରେ ୩୬.୪ ଡିଗ୍ରୀ, ସମ୍ବଲପୁରରେ ୩୬.୨ ଡିଗ୍ରୀ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୩୫.୪ ଡିଗ୍ରୀ, ବରଗଡ଼ରେ ୩୫.୪ ଡିଗ୍ରୀ, ତାଳଚେରରେ ୩୪.୪ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଗୁରୁବାର କେରଳରେ ପ୍ରବେଶ କରିଛି। ଏଥିସହିତ କିଛି ଉତ୍ତର-ପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହୋଇଛି। ଆଶା କରାଯାଉଛି ଆସନ୍ତା ମାସ ତାରିଖ ବେଳକୁ ମୌସୁମୀ ଓଡିଶାକୁ ପ୍ରବେଶ କରିସାରିଥିବ।