ଜୟପୁର,୨୨ା୧: କୋରାପୁଟ ଜିଲାର ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ନିକଟରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଖୋଲିଥିବା ବେଳେ ହଷ୍ଟେଲରେ ରହୁଥିବା ପିଲାମାନେ ହଷ୍ଟେଲକୁ ଫେରିଥିଲେ। ହଷ୍ଟେଲରେ ପ୍ରବେଶ ପୂର୍ବରୁ ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସନ୍ଦେହ ହେବାରୁ ପୁଣି ପରୀକ୍ଷା କରାଯାଇଥିଲା। ଏଥିରେ ଛାତ୍ରୀ ଜଣକ ୬ ମାସର ଗର୍ଭବତୀ ରହିଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଏକ ମାମଲ(ନଂ.୭/୨୧) ରୁଜୁ ହୋଇଛି।