Categories: ଜାତୀୟ

ଭଡ଼ାଟିଆ ନୁହନ୍ତି ମାଲିକ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧।୪: ଭଡ଼ାରେ ରହୁଥିବା ଭଡ଼ାଟିଆ ଏବେ ଆଉ ଘର ଛାଡ଼ିବା ପାଇଁ ମାଲିକଙ୍କୁ ନାଲି ଆଖିଦେଖାଇ ଆଇନର ଆଶ୍ରୟ ନେଇପାରିବେ ନାହିଁ। ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଭଡ଼ାଟିଆ କେବଳ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ବିଶେଷ। ସେ ଘରର ମାଲିକ ନୁହନ୍ତି। ମାଲିକ ଘର ଛାଡ଼ିବାକୁ କହିଲେ ସେ ତାହା ମାନିବାକୁ ବାଧ୍ୟ। ବିଚାରପତି ରୋହିଙ୍ଗଟନ୍‌ ଏଫ୍‌ ନରିମନ୍‌ଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଦିନେଶ ନାମକ ଜଣେ ଭଡ଼ାଟିଆ ଘର ଛାଡ଼ିବାକୁ ନେଇ ମାଲିକଙ୍କୁ ନାନା ପ୍ରକାର ହଇରାଣ କରୁଥିଲେ। ଶେଷରେ ମାଲିକଙ୍କୁ ବିରୋଧରେ ମାମଲା ଦାଏର କରିଥିଲେ। ତେବେ ଏହାର ବିଚାର କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସମ୍ପୃକ୍ତ ଭଡ଼ାଟିଆଙ୍କୁ ବକେୟା ଭଡ଼ା ପୈଠ କରିବାକୁ ପଡ଼ିବ। ଏହା ସହିତ ସେ ମାଲିକଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଘର ଖାଲି କରିବା ଆବଶ୍ୟକ।

Share