ରାୟପୁର, ୨୦ା୩ (ପି.ଟି.)- ଭାରତର ବେଞ୍ଚ ଷ୍ଟ୍ରେନ୍ଥ୍ ବୃଦ୍ଧିରେ ସହାୟତା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଶ୍ରେୟ ଦେଇଛନ୍ତି ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର। ଏହି ବ୍ୟୟବହୁଳ କ୍ରିକେଟ ଲିଗ୍ରେ ବିଶ୍ୱର ଷ୍ଟାର ଖେଳାଳିଙ୍କ ସହ ବାରମ୍ବାର ଖେଳିବା ଦ୍ୱାରା ଭାରତର ଉଦୀୟମାନ ଯୁବ ଖେଳାଳିମାନେ ବିଶେଷ ଉପକୃତ ହେଉଛନ୍ତି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ଚଳିତ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଚମକପ୍ରଦ ବ୍ୟାଟିଂ କରିଛନ୍ତି। ଗୁରୁବାର ସେ ଭାରତ-ଇଂଲଣ୍ଡ ଚତୁର୍ଥ ଟି୨୦ ବେଳେ କିପରି ଜୋଫ୍ରା ଆର୍ଚରଙ୍କ ବୋଲିଂର ସାମ୍ନା କରୁଛନ୍ତି ତାହା ଦେଖୁଥିଲେ। ବେନ୍ ଷ୍ଟୋକ୍ସ ଓ କମେଣ୍ଟେଟର କହିଥିଲେ ସୂର୍ଯ୍ୟଙ୍କ ପାଇଁ ଏଇଟା ନୂଆ କଥା ନୁହେଁ। ସେ ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିସାରିଛନ୍ତି। ଉଭୟ ଆର୍ଚର ଓ ଷ୍ଟୋକ୍ସ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥାନ୍ତି। ତେଣୁ ଆର୍ଚରଙ୍କ ବୋଲିଂକୁ କିଭଳି ମୁକାବିଲା କରିବାକୁ ହେବ ତାହା ତାଙ୍କୁ ଜଣାଅଛି।