Advertisement
Categories: ଖେଳ

ରକ୍ତଦାନ କଲେ ତେନ୍ଦୁଲକର

ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାପାଇଁ ଆଗଭର ହେବାଲାଗି ନାଗରିକମାନଙ୍କୁ ନିବେଦନ କରିଛନ୍ତି। ଆମ ସମସ୍ତଙ୍କ ପାଖରେ ଅନ୍ୟଜଣକ ଜୀବନ ବଞ୍ଚାଇପାରିବା ଭଳି ଶକ୍ତି ରହିଛି। ଆମେ ତାହାର ବିନିଯୋଗ କରିବା ଉଚିତ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ତେନ୍ଦୁଲକର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କିଛିମାସ ତଳେ ଜଣେ ନିକଟ ସମ୍ପର୍କୀୟ କିପରି ରକ୍ତ ଦରକାର କରୁଥିଲେ, ତାହାର ବ୍ୟକ୍ତିଗତ ଅନୁଭୂତି ସେ ଏଥିରେ ବଖାଣିଛନ୍ତି। ଏହି ଘଟଣା ତାଙ୍କୁ ରକ୍ତଦାନ ପାଇଁ ଅନୁପ୍ରାଣିତ କରିଥିବା ତେନ୍ଦୁଲକର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel