Categories: ଜାତୀୟ

ଆଗେଇ ଆସିଲେ ତେନ୍ଦୁଲକର

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ଅତି ଭୟଙ୍କର ସ୍ଥିତି। ଏଭଳି ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଗୁରୁତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ କନସେନ୍‌ଟ୍ରେଟର୍ସ କିଣିବା ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି।

ଏକ ସପ୍ତାହ ହେଲା ଦେଶରେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିବା ଭଳି ସ୍ଥିତି ଦେଖାଦେଲାଣି।

Share