Categories: ଖେଳ

ଶୁଭମନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ, ଏଭଳି ଭାବେ ମଜା ଉଡାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏସିଆ କପ୍‌ ୨୦୨୩ରେ ଭାରତ-ପାକିସ୍ତାନ ମହାମୁକାବିଲାର ଦୁଇଦିନ ପୂର୍ବରୁ ନିଜର ୨୪ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକ ସମେତ ଅନେକ ବରିଷ୍ଠ କ୍ରିକେଟରଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ମିଳିଥିଲା। ସେସବୁ ମଧ୍ୟରୁ ଗୋଟିଏ ଟୁଇଟ୍‌କୁ ନେଇ ଶୁଭମନ ଚର୍ଚ୍ଚାକୁ ଆସିଥିଲେ। ଏହି ଟୁଇଟ୍‌ଟି ଥିଲା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କର।
ପୂର୍ବତନ ଭାରତୀୟ କ୍ରିକେଟର ସଚିନ ଏକ୍ସରେ ଟୁଇଟ୍‌ କରି ଲେଖିଥିଲେ ‘ତୁମକୁ ଜନ୍ମଦିନର ଶୁଭକାମନା ଶୁଭମନ ଗିଲ। ଆସନ୍ତା ବର୍ଷ ରନ୍‌ ଏବଂ ସୁନ୍ଦର ସ୍ମୃତିରେ ଭରପୂର ରହୁ। ’ ଏହି ଟୁଇଟ୍‌ଟି ଭାଇରାଲ ହେବା ସହ ଲଗାତାର ଏଥିରେ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଥିଲେ।
କଥିତ ଭାବେ ସଚିନଙ୍କ ଝିଅ ସାରାଙ୍କୁ ଶୁଭମନ ଡେଟ୍‌ କରୁଥିବା କୁହାଯାଉଥିବାରୁ ଲୋକେ ମଜାଦାର କମେଣ୍ଟ ଦେଇଥିଲେ। ଦେଖନ୍ତୁ ସେଭଳି କିଛି ପ୍ରତିକ୍ରିୟା:

Share