Posted inଖେଳ

କଳିଙ୍ଗରେ ଟେନିସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହୋଇଛି ଆଉ ଏକ ନୂଆଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଟେନିସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଟିଏଫ୍‌(ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ)ଏସିଆନ ଟେନିସ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌) ଏପ୍ରିଲ ୪ରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ଲୋଗୋ ଏବଂ ଜର୍ସିକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ”କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍‌ସ କମ୍ପ୍ଲେକ୍ସ ଏକ ହବ୍‌ ଭାବେ ସବୁଆଡ଼େ ପ୍ରଶଂସିତ ଏବଂ ଏହା ଭବିଷ୍ୟତର ଉଦୀୟମାନ ପ୍ରତିଭାଙ୍କ ଲାଗି ପ୍ରିମିୟର ଟେନିସ୍‌ ଗ୍ରାଉଣ୍ଡରେ ପରିଣତ ହୋଇଛି। ଆମ ଇକୋ ସିଷ୍ଟମରେ ଟେନିସ ସେଣ୍ଟରର ଉନ୍ନତୀକରଣ କରାଯାଇଛି। ଆମ ଟେନିସ ଖେଳାଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ସାହାଯ୍ୟ କରିବ। ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଏଠାରେ ଟ୍ରେନିଂ ଦିଆଯାଇ ପଦକ ଦାବିଦାର ବନାଯାଇ ପାରିବ“ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଭି.କେ. ପାଣ୍ଡିଆନ, କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ଟେନିସ ଆସୋସିଏଶନ ସଭାପତି ଅସିତ୍‌ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ୍‌ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କଳିଙ୍ଗରେ ଉଦ୍‌ଘାଟିତ ଟେନିସ୍‌ ସେଣ୍ଟର ଅନ୍ତର୍ଜାତୀୟ ଟେନିସ ଫେଡେରେଶନ ଦ୍ୱାରା ମାନ୍ୟତାପ୍ରାପ୍ତ। ଏଥିରେ ଏକ ସିନ୍ଥେଟିକ୍‌ ସେଣ୍ଟର କୋର୍ଟ ରହିଛି। ଗ୍ୟାଲେରିରେ ୧୪୦୦ ଦର୍ଶକ ବସି ଖେଳ ଦେଖିପାରିବେ। ଏହାବ୍ୟତୀତ ଜିମ୍ନାସିୟମ, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅଧିକାରୀଙ୍କ ପାଇଁ ରୁମ୍‌, ମିଡିଆ ରୁମ୍‌, ବ୍ରଡ୍‌କାଷ୍ଟ ପାଇଁ ରୁମ୍‌ ପ୍ରଭୃତି ରହିଛି। ୨୫ କୋଟି ଟଙ୍କା ବ୍ୟୟରେ ଏହି ସେଣ୍ଟରର ଉନ୍ନତୀକରଣ କରାଯାଇଛି। ଏହା ବ୍ୟତୀତ ୮ଟି ସିନ୍ଥେଟିକ୍‌ କୋର୍ଟବିଶିଷ୍ଟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପ୍ଲେକ୍ସ ଏବେ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ ଏବଂ ଏସିଆନ ଟେନିସ ଫେଡେରେଶନ ସ୍ବୀକୃତ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତୁତ।

ପ୍ରକାଶଯୋଗ୍ୟ, କବିର ହଂସ, ଦେବାଶିଷ ସାହୁ, ସୋହିନୀ ସଞ୍ଜୟ ମହାନ୍ତି ଓ ଆରାଧ୍ୟା ବର୍ମାଙ୍କ ପରି ରାଜ୍ୟର ଟେନିସ୍‌ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ରାଜ୍ୟର ଟେନିସ୍‌ ଖେଳାଳିଙ୍କ ପ୍ରଦର୍ଶନ କିପରି ଅଧିକ ଉନ୍ନତ ହୋଇପାରିବ ସେଥିପାଇଁ ଓଡ଼ିଶା ଟେନିସ୍‌ ଆସୋସିଏଶନ(ଓଟିଏ) ଓ କ୍ରୀଡ଼ା ବିଭାଗ ରୋଡ୍‌ମ୍ୟାପ ପ୍ରସ୍ତୁତ ଉପରେ ଫୋକସ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ରୀଡ଼ାକ୍ଷେତ୍ରରେ ସଫଳତା ପାଇଁ ଖୋ ଖୋ ଖେଳାଳି ଅର୍ଚ୍ଚନା ମାଝି, ଆଥଲେଟ୍‌ ସ୍ବାଧୀନ ମାଝି, ଟେନିସ ଖେଳାଳି ଦେବାଶିଷ ସାହୁ ଓ ପାରା ଆଥଲେଟ୍‌ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ ସମାରୋହ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ୪୫ ଆଥଲେଟ୍‌ଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri