ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ। ଇନଫୋସିସ ସହିତ ହୋଇଥିବା ଏହି ଚୁକ୍ତି ଉପରେ ରାଫେଲ ନାଡାଲ କହିଛନ୍ତି ଯେ, ଇନଫୋସିସ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ମୁଁ ବହୁତ ଖୁସି।
ସ୍ପେନର ୩୭ ବର୍ଷିୟ ରାଫେଲ ନାଡାଲ ଅତୀତରେ ଏଟିପି ର଼୍ୟାଙ୍କିଙ୍ଗରେ କ୍ରମାଗତ ୨୦୯ ସପ୍ତାହ ପାଇଁ ଏକ ନମ୍ବର ସ୍ଥାନରେ ରହିଥିଲେ। ସେ ୧୪ଟି ଫ୍ରେଞ୍ଚ ଓପନ ଟାଇଟଲ ସହିତ ୨୨ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଜିତିଛନ୍ତି। ଗତ ଏକ ଦଶନ୍ଧି ଧରି ରୋଜର ଫେଡେରରଙ୍କ ସହ ନାଡାଲ ଟେନିସ ଜଗତରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

Share