Categories: ଫୁରସତ

ରିଲିଜ ପାଇଁ ଟେନ୍‌ସନ

ଆନନ୍ଦ ଏଲ. ରାଇଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଗୋଟିଏ ପଟରେ ପ୍ରଯୋଜକ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଇବାକୁ ଚାହୁଁଥିବା ବେଳେ ଅନ୍ୟପକ୍ଷରେ ଏଥିରେ ଅଭିନୟ କରିଥିବା କଳାକାରମାନେ ଓଟିଟି ଫର୍ମାଟରେ ରିଲିଜ ହେଉ ବୋଲି ମତ ରଖିଛନ୍ତି। ତେଣୁ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏ ସମ୍ପର୍କରେ ଏଥିରେ ନାୟିକା ଭୂମିକାରେ ଅଭିନୟ କରିଥିବା ସାରା ଅଲ୍ଲୀ ଖଁା କହନ୍ତି, ‘ଏହି ଫିଲ୍ମର ସମସ୍ତ କାମ ଶେଷ ହୋଇଛି। କେବଳ ରିଲିଜ କେବେ ହେବ ତାହା ଫାଇନାଲ ହୋଇପାରୁନାହିଁ। ପ୍ରେକ୍ଷାଳୟ ଖୋଲିଥିଲେ ମଧ୍ୟ ଆଶାନୁରୂପ ଦର୍ଶକ ସିନେମା ଦେଖିବାକୁ ଯାଉନାହାନ୍ତି। ତେଣୁ ଫିଲ୍ମଟିକୁ ଓଟିଟି ଫର୍ମାଟରେ ରିଲିଜ କରିବାକୁ ପ୍ରଯୋଜକଙ୍କୁ ଆମେ ପ୍ରସ୍ତାବ ଦେଇଛୁ। ଏ ନେଇ ଖୁବ୍‌ ଶୀଘ୍ର ଶେଷ ନିଷ୍ପତ୍ତି ନିଆଯିବ। ସାରାଙ୍କ ବ୍ୟତୀତ ଏଥିରେ ଅକ୍ଷୟ କୁମାର ଏବଂ ଧନୁଷଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share