Posted inଜାତୀୟ

ମୋଦି ସରକାରଙ୍କ ପାଇଁ ବଢିଲା ଟେନସନ, ବାଚସ୍ପତି ପଦ ପାଇଁ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୨୫।୬: ୧୮ ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ସ୍ବାଧୀନ ଭାରତରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ହେବାକୁ ଯାଉଛି। ଯାହାକୁ ନେଇ ଜାତୀୟ ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ବିରୋଧୀ ଇଣ୍ଡିଆ ମେଣ୍ଟଙ୍କୁ ଉପ ବାଚସ୍ପତି ପାଇଁ ମୋଦି ସରକାର ମନା କରି ଦେବାରୁ ଏବେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଉତାରିଛନ୍ତି ବିରୋଧୀ। କୁହାଯାଉଛି ଏଥର ବାଚସ୍ପତି ପଦକୁ ନେଇ ଘମାଘୋଟ ଲଢେଇ ଦେଖିବାକୁ ମିଳିବ।

ଏହି ପଦବୀ ପାଇଁ ଶେଷ ଥର ପାଇଁ ବାଚସ୍ପତି ଥିବା ୩ଥରର ଏମପି ଓମ ବିର୍ଲାଙ୍କୁ ଭାଜପା ପୁନଃ ମନୋନୀତ କରିଛି। କଂଗ୍ରେସ ଏହି ପଦ ପାଇଁ କେ ସୁରେଶଙ୍କୁ ମଇଦାନକୁ ଉତାରିଛି। ଶାସକ ଦଳ ଏହି ପଦ ପାଇଁ ବିରୋଧୀଙ୍କ ସମର୍ଥନ ପାଇଁ ଚେଷ୍ଟା କରି ନ ଥିବାବେଳେ ଚାପା ଅସନ୍ତୋଷ ଏବେ ବଡ଼ ବିବାଦ ଭାବରେ ମୁଣ୍ଡ ଟେକିଛି। ଯଦି ଆମେ ନିରେଖେଇ ଦେଖିବା, ତେବେ ସଂସଦରେ ଏନଡିଏ ସ୍ଥିତି ଦୃଢ ଥିବାବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ କମର କଷିଛି।

ସବୁଠାରୁ ବଡ଼ କଥା ହେଉଛି, ବାଚସ୍ପତି ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ବ୍ୟତୀତ ଏବେ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ସଜବାଜ ଆରମ୍ଭ କରିଛନ୍ତି। ସେମାନେ ଏହି ଦୁଇ ଦଳ ଭିତରୁ କାହାକୁ ସମର୍ଥନ କରିବେ ନା ନିଜ ଆଡୁ ପ୍ରାର୍ଥୀ ଓହ୍ଲାଇବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ପ୍ରତ୍ୟକ୍ଷ ନୁହେଁ ପରୋକ୍ଷ ଭାବରେ ଏନଡିଏ ସରକାରଙ୍କୁ ବଡ଼ ଝଟ୍‌କା ଲାଗିପାରେ।

ଲୋକସଭାରେ ଭୋଟର ସମୀକରଣ କ’ଣ ହେବ ତାହା ଦେଖିବା ବାକି ରହିଲା। କୁହାଯାଉଛି ଏହା କେବଳ ବାଚସ୍ପତ ନିର୍ବାଚନ ହୋଇଥାଇପାରେ କିନ୍ତୁ ଏହା ମୋଦି ସରକାରଙ୍କ ପାଇଁ ସବୁଠୁ ବଡ ଅଗ୍ନି ପରୀକ୍ଷା ହେବ। ମଙ୍ଗଳବାର ବାଚସ୍ପତି ପଦ ପାଇଁ ନାମାଙ୍କନ ତାରିଖ। ବୁଦବାର ନିର୍ବାଚନ ପାଇଁ ମତଦାନ ହେବ। ଶପଥ ନେଇଥିବା ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିପାରିବେ।

୫୪୩ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଭାଜପାର ୨୪୦ଟି ଆସନ ଅଛି କିନ୍ତୁ ଏନଡିଏର ମୋଟ ୨୯୩ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଟିଡିପି ଏବଂ ଜେଡିୟୁରେ ୨୮ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ସରକାର ଚଳାଇବା ପାଇଁ ମୋଦିଙ୍କୁ ଏହି ଦୁଇ ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିବ। ବାଚସ୍ପତି ନିର୍ବାଚନରେ ମଧ୍ୟ ଏନଡିଏରେ ଏହି ଦୁଇ ଦଳର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ।

ସେହିପରି ଲୋକ ସଭାରେ ଇଣ୍ଡିଆ ମେଣ୍ଟର ୨୩୪ଟି ଆସନ ରହିଛି ଯେଉଁଥିରେ ସବୁଠାରୁ ବଡ ଦଳ ହେଉଛି କଂଗ୍ରେସ। ଏବଂ ଦ୍ୱିତୀୟ ବୃହତ୍ତମ ଦଳ ହେଉଛି ସମାଜବାଦୀ ପାର୍ଟି। ଯଦିଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ସହଯୋଗୀ ଦଳର ସଂଖ୍ୟା ଗରିଷ୍ଠତା ଶକ୍ତି ଅଛି, ତଥାପି ସରକାରଙ୍କୁ କିଛି କରିବା ପାଇଁ ବନ୍ଦ କରିବା ପର୍ଯ୍ୟାପ୍ତ ନୁହେଁ।

ତେବେ ଏଠାରେ ସବୁଠାରୁ ଗେମ ଚେଞ୍ଜର ହେଉଛନ୍ତି ଲୋକ ସଭାର ୧୫ ଜଣ ସଦସ୍ୟ। ଯେଉଁମାନେ ଏନଡିଏ କିମ୍ବା ଇଣ୍ଡିଆକୁ ବଳ ଯୋଗାଇ ପାରନ୍ତି। ତେବେ ଏହି ୧୫ଜଣ ସଦସ୍ୟରେ ଥିବା YSR ଏନଡିଏକୁ ସମର୍ଥନ କରିବ ନାହିଁ କାରଣ ଆନ୍ଧ୍ରର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଟିଡିପି ମୋଦି ସରକାରଙ୍କ ଏନଡିଏରେ ରହିଛି। କିନ୍ତୁ ମୋଦିଙ୍କ ଶେଷ କାର୍ଯ୍ୟକାଳରେ YSR କଂଗ୍ରେସ ପ୍ରତ୍ୟେକ ପଦକ୍ଷେପରେ ଶାସକ ଦଳ ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା।

ଅକାଳି ଦଳ ନିଶ୍ଚିତ ଭାବରେ ଶାସକ ଦଳ ସହିତ ଯାଇପାରିବ। ଏଥିସହ ୭ଜଣ ସ୍ବାଧୀନ ଏମପି ମଧ୍ୟ ଅଛନ୍ତି। ଯେଉଁମାନଙ୍କୁ ୧୪ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ ସେମାନେ କୌଣସି ଦଳରେ ଯୋଗଦେବେ ନା ନିଜର ସ୍ଥିତି ବଜାୟ ରଖିବେ। ଅନ୍ୟମାନେ କୌଣସି ମେଣ୍ଟରେ ନାହାନ୍ତି।

ତେବେ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି କି, ଏବେ ଲୋକ ସଭା ନିର୍ବାଚନ ଠାରୁ ବାଚସ୍ପତି ନିର୍ବାଚନ ଅଧିକ ରୋଚକ ମୋଡ ନେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

ଭାଜପାର ବଡ଼ ଆକ୍ସନ: ଦଳରୁ ବିଦା ହେଲେ ୪ ବଡ଼ ନେତା

ଚଣ୍ଡିଗଡ,୫।୧୦: ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ହିସାର ବିଧାନସଭା ଠାରୁ...

‘ଯୁବକ ଯଦି ହୁଡିଯାଆନ୍ତି ତେବେ ଦେଶର ଅବସ୍ଥା,’ଆପତ୍ତିଜନକ ବୟାନକୁ ନେଇ…

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ କାର୍ଯ୍ୟକ୍ରମରେ ମହନ୍ତ ୟତି ନରସିଂହାନନ୍ଦ ପୈଙ୍ଗାମ୍ବର ମହମ୍ମଦ ଏବଂ କୁରାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ସାରା...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ,...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri