ମଥୁରା, ୩ ।୧୨: ଉତ୍ତର ପ୍ରଦେଶ ମଥୁରାରେ ହଠାତ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଥୁରା ଜନପଦରେ ଶ୍ରୀକୃଷ୍ଣ ଜନ୍ମଭୂମୀ-ଇଦଗାହ ପରିସରରେ ଲଡୁ ଗୋପାଳଙ୍କର ୬ ଡିସେମ୍ବରରେ ଜଳାଭିଷେକ କରିବା ଓ ହନୁମାନ ଚାଳିଶା ପାଠ କରିବାକୁ ଅନୁମତି ମାଗିଛନ୍ତି । ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏହି ପରିସରରେ ପ୍ରାଚୀନ ଶ୍ରୀକୃଷ୍ଣ ମନ୍ଦିରର ଗର୍ଭଗୃହ ରହିଥିବା ଦାବି କରିଛି । ଏହାରି ଭିତରେ ମଥୁରା ପ୍ରଶାସନ ଜିଲାରେ ବିନା ଅନୁମତିରେ କୌଣସି ରାଜନୈତିକ, ସାମାଜିକ ଅବା ଧାର୍ମିକ ସଙ୍ଗଠନର ୫ ଅଥବା ୫ରୁ ଅଧିକ ଲୋକେ ଏକାଠି ହୋଇ ସଭା, ଧାରଣା ଓ ପ୍ରଦର୍ଶନ ଆଦି କରିବା ଉପରେ ରୋକ ଲଗାଇଛନ୍ତି । ଏହା ଆସନ୍ତା ବର୍ଷ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।