ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ: ଭଙ୍ଗାରୁଜା, ଲାଠିଚାର୍ଜ

ସମ୍ବଲପୁର, ୬।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଙ୍ଗଳବାର ଅଶାନ୍ତ ହୋଇ ପଡିଛି । ଯୁକ୍ତ ୩ ଥାର୍ଡ ସେମିଷ୍ଟାରର ପରୀକ୍ଷାକୁ ଅନ୍‌ଲାଇନ ପ୍ରକ୍ରିୟାରେ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। ଏହାପରେ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ପରିସ୍ଥିତି ବିଗିଡି ଯାଇଥିଲା । ପୋଲିସ ଫୋର୍ସ ପହଞ୍ଚତ୍ ଲାଠି ଚାର୍ଜ କରିଥିଲା । ଫଳରେ ୪ ଛାତ୍ର ଆହତ ହୋଇଛନ୍ତି । ଭଙ୍ଗାରୁଜାକୁ ପ୍ରତିବାଦ କରିବାକୁ ନେଇ ଜଣେ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । କେତେକ ଛାତ୍ରୀଛାତ୍ରମାନେ ମଧ୍ୟ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍‌, ଏସି, କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚତ୍ଛନ୍ତି ।

Share