Categories: ଜାତୀୟ

ଭାଜପା ରୋଡ୍‌ଶୋ ଉପରେ ପଥର ମାଡ଼

କୋଲକାତା,୧୮।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତେଜୁଛି ରାଜ୍ୟ ରାଜନୀତି। ଦକ୍ଷିଣ କୋଲକାତାରେ ଚାରୁ ମାର୍କେଟ ଅଞ୍ଚଳରେ ସୋମବାର ଆୟୋଜିତ ଭାଜପା ରାଲି ଉପରେ ପଥର ମାଡ଼ କରିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି। ଦୁର୍ବୃତ୍ତମାନେ ଟିଏମ୍‌ସିର ପତାକା ଧରିଥିଲେ। ଏହି ଆକ୍ରମଣରେ ଭାଜପାର କିଛି କର୍ମୀ ଆହତ ହୋଇଛନ୍ତି।

 

ଭାଜପା ରାଜ୍ୟ ନେତା ଦୀଲିପ ଘୋଷ, ବରିଷ୍ଠ ନେତା ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଚାରୁ ମାର୍କେଟ ନିକଟରେ ଆୟୋଜିତ ହୋଇଥିଲା ଏକ ବଡ଼ ରୋଡ୍‌ଶୋ। ଦୁର୍ବୃତ୍ତମାନେ ପଥର ମାଡ଼ କରିବା ପରେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ଦେଖାଦେଇଥିଲା ଚାପ ଉତ୍ତେଜନା। ଏପରି କି ଭାଜପା କର୍ମୀ କିଛି ମୋଟର ସାଇକେଲ ଓ କିଛି ଦୋକାନ ଲୁଟିବା ଆରମ୍ଭ କରିଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ଭାଜପା କର୍ମୀଙ୍କୁ ବୁଝାଇଥିଲା।

Share