Categories: ଜାତୀୟ

ଅଶାନ୍ତ ଭାରତ-ନେପାଳ ସୀମା: ଭାରତୀୟ ଶ୍ରମିକଙ୍କ ଉପରେ ପଥରମାଡ

ଡେରାଡୁନ,୪।୧୨: ଉତ୍ତରାଖଣ୍ଡର ପିଥୋରାଗଡରେ ଥିବା ଭାରତ-ନେପାଳ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସାରେ ନେପାଳ ପାର୍ଶ୍ୱରୁ ଭାରତୀୟ ଶ୍ରମିକଙ୍କ ଉପରକୁ ପଥର ମାଡ କରାଯାଇଥିଲା। ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ଧର୍ଚୁଲା ଅଞ୍ଚଳରେ ଘଟିଛି। କାଳୀ ନଦୀ ଉପରେ ଏଠାରେ ଏକ ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି। କିଛି ନେପାଳୀ ନାଗରିକ ଏହି ନିର୍ମାଣକୁ ବିରୋଧ କରୁଛନ୍ତି।
ବନ୍ଧ ନିର୍ମାଣ ସମୟରେ ନେପାଳ ପାର୍ଶ୍ୱରୁ ଅନେକ ଥର ପଥର ଫିଙ୍ଗାଯାଇଛି। ଧର୍ଚୁଲା ହେଉଛି ନେପାଳ ଏବଂ ଚାଇନା ମଧ୍ୟରେ ସୀମା ଅଞ୍ଚଳ। ନେପାଳର ସୀମା ଧର୍ଚୁଲା ଠାରୁ ଆରମ୍ଭ। ଭାରତ ଧର୍ଚୁଲାର କାଳୀ ନଦୀର ଗୋଟିଏ ପାର୍ଶ୍ୱରେ ଏବଂ ନେପାଳ ଅନ୍ୟ ପଟେ। କାଳୀ ନଦୀ ଚାରିପାଖରେ ଶହ ଶହ ଗାଁ ଅଛି। ଭାରତ ନିଜ ଅଞ୍ଚଳରେ ଏକ ବନ୍ଧ ନିର୍ମାଣ କରୁଛି, କିନ୍ତୁ ଏହା ସତ୍ତ୍ୱେ ନେପାଳ ପାର୍ଶ୍ୱରୁ କ୍ରମାଗତ ଭାବରେ ବିରୋଧ କରୁଛି। ଏହାକୁ ନେଇ ସୀମାରେ ଅସନ୍ତୋଷ ଦେଖାଯାଇଛି।

Share