ତାଇଓ୍ବାନ ନେଇ ପୁଣି ଉତ୍ତେଜନା: ଆମେରିକା-କାନାଡ଼ାର ଯୁଦ୍ଧପୋତ ନେଇ ଚାଇନାର ଆପତ୍ତି…

ତାଇପେ,୧୦।୯ : ତାଇୱାନ ଷ୍ଟ୍ରାଇଟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ କାନାଡା ଦୁଇଟି ଯୁଦ୍ଧ ଜାହାଜ ପଠାଇବା ପରେ ଏହି ଉତ୍ତେଜନା ଦେଖାଦେଇଛି। ଏହି କ୍ଷେତ୍ରରେ ଚାଇନା ଦାବିକୁ ଉଭୟ ଦେଶ ଚ୍ୟାଲେଞ୍ଜ କରିଛନ୍ତି। ଫଳରେ ଏହାକୁ ନେଇ ଚାଇନା ଆପତ୍ତି ପ୍ରକାଶ କରିଛି।

ତାଇୱାନ ଏହାର ଅଞ୍ଚଳର ଏକ ଅଂଶ ବୋଲି ଚୀନ ଦାବି କରୁଛି। ଯଦି ଆବଶ୍ୟକ ହୁଏ ତେବେ ଏହାକୁ ପୁନର୍ବାର ଚାଇନାର ଏକ ଅଂଶ କରାଯିବ। ଚାଇନା ଆମେରିକାର ନୌସେନା ଏବଂ ଏହାର ସହଯୋଗୀମାନଙ୍କ କାର୍ଯ୍ୟକଳାପକୁ ଉତ୍ତେଜକ ବୋଲି ବର୍ଣ୍ଣନା କରିଛି।

ଆମେରିକା ନୌ ସେନାର ସପ୍ତମ ଫ୍ଲାଇଟ ଅନୁଯାୟୀ ୟୁଏସଏସ ରାଲ୍ଫ ଜନସନ ଏବଂ ରୟାଲ କାନାଡିୟ ନ ନୌସେନା ହାଲିଫ୍ୟାକ୍ସ-ଶ୍ରେଣୀର ଫ୍ରିଗେଟ ତାଇୱାନ ଷ୍ଟ୍ରାଇଟରେ ଏକ କରିଡର ଦେଇ ଯାଇଥିଲେ। ଆମେରିକା ଏହାକୁ ’ନାଭିଗେଶନ ସ୍ବାଧୀନତା’ ଅଭିଯାନ ବୋଲି କହିଛି।

ଅପରପକ୍ଷରେ ଚାଇନା ମଧ୍ୟ ତାଇୱାନରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହା ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇବା ଆରମ୍ଭ କରିଛି। ଜୁନ ମାସରେ ଆମେରିକା ଏକ ଭିଡିଓ ଜାରି କରିଥିଲା ଯେଉଁଥିରେ ଚାଇନାର ନୌସେନା ଜାହାଜ ଏକ ଆମେରିକୀୟ ଜାହାଜକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା।

ଚାଇନା କହିଛି ଆମେରିକା ଏବଂ କାନାଡାର ଜାହାଜ ଉପରେ ଆମେ ନଜର ରଖିଛୁ। ସାମରିକ ଆଇନ ଅନୁଯାୟୀ ଏହି ପରିସ୍ଥିତିର ମୁକାବିଲା କରାଯିବ।

Share