Categories: ଜାତୀୟ

ସୀମାରେ ଉତ୍ତେଜନା: ୨୦ ଚାଇନା ସୈନ୍ୟ ଆହତ

ନୂଆଦିଲ୍ଲୀ, ୨୫।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ସିକିମ୍‌ରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ୨୦ ଚାଇନା ସୈନ୍ୟ ଆହତ ହୋଇଥିବା କୁହାଯାଉଛି। ସିକିମ୍‌ର ନା କୁଲାରେ ଚାଇନା ସୈନ୍ୟ ସୀମାର ଯଥାସ୍ଥିତିରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିଲେ। ଚାଇନା ସୈନ୍ୟଙ୍କ ଏଭଳି କାର୍ଯ୍ୟକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ଚାଇନା ସୈନ୍ୟଙ୍କର ଭାରତୀୟ ସୀମାକୁ ପ୍ରବେଶ ଉଦ୍ୟମ ପଣ୍ଡ ହୋଇଯାଇଥିଲା। ତେବେ ଏଠାରେ ଦୁଇପକ୍ଷଙ୍କ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପ୍ରବଳ ଥଣ୍ଡା ଯୋଗୁ ସୀମାରେ ମୁତୟନ ଥିବା ଚାଇନା ସୈନ୍ୟ ପଛକୁ ହଟାଯାଇଛନ୍ତି। ତେବେ ଏଠାକାର ସମସ୍ତ ଫରଓ୍ବାର୍ଡ ପଏଣ୍ଟରେ ଭାରତୀୟ ସେନା ପୂର୍ବପରି ସଜାଗ ରହିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତିି।

Share