ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ ହୋଇ ପରସ୍ପରକୁ ଚେତାବନୀ ଦେଇଛନ୍ତି। ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାରେ ଉଭୟପକ୍ଷରୁ ଗୁଳି ବିନିମୟ ଘଟିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ କିଛିଦିନ ତଳେ ହୋଇଥିବା ଆଣବିକ ଅସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ଏହାକୁ ନେଇ ଗୁଳି ବିନିମୟ ହୋଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସିଓକ-ୟେଓଲ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି।

ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ଉତ୍ତର କୋରିଆର ଏକ ବାଣିଜ୍ୟ ଜାହାଜକୁ ଅଟକାଇବା ପାଇଁ ଚେତାବନୀ ଭାବରେ ନୌସେନାକ୍ଷରୁଗୁଳି ଚାଳନାକରାଯାଇଛି। ସୋମବାର ସକାଳେ ଉତ୍ତର କୋରିଆ ଜାହାଜଦକ୍ଷିଣକୋରିଆର ସାମୁଦ୍ରିକ ସୀମା ଉଲ୍ଲଂଘନ କରିଛି ବୋଲି ସେମାନେ ଦାବି କରିଛନ୍ତି।

Share