ପୁଣି ତେଜିଲା ଉତ୍ତେଜନା: ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ…

ବେଜିଂ/ତାଇପେ,୨୭।୫ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନାର ବିମାନ ପରିବହନକାରୀ ଯୁଦ୍ଧପୋତ ଶାଣ୍ଡୋଙ୍ଗ ଶନିବାର ଅନ୍ୟ ଦୁଇଟି ଜାହାଜ ସହିତ ତାଇୱାନ ଷ୍ଟ୍ରାଇଟ ଦେଇ ଦ୍ୱୀପପୁଞ୍ଜ ମୁହାଁ ହୋଇ ପୁଣି ଉଭୟପକ୍ଷଙ୍କ ମଧ୍ୟରେ ସାମରିକ ତିକ୍ତତା ସୃଷ୍ଟି କରିଛି। ମନ୍ତ୍ରଣାଳୟ କହିଛି ୨୦୧୯ ରେ ଶାଣ୍ଡୋଙ୍ଗଙ୍କୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏହା ସମୁଦ୍ର ଦେଇ ଉତ୍ତର ଦିଗ ମୁହଁା ହୋଇଥିଲା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ତାଇୱାନର ସୈନ୍ୟବାହିନୀ ନିଜର ଜାହାଜ ଏବଂ ବିମାନ ବ୍ୟବହାର କରି ଏହି ଚାଇନା ଦଳ ଉପରେ ତୀକ୍ଷଣ ନଜର ରଖିଛନ୍ତି ଏବଂ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି।
ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ବାବଦରେ କୌଣସି ବିବୃତ୍ତି ଦେଇନାହିଁ।
ଚାଇନାର ସଶସ୍ତ୍ର ବାହିନୀ ସେମାନଙ୍କର ସରକାରୀ ସୋସିଆଲ ମିଡିଆ ଚ୍ୟାନେଲରେ ମଧ୍ୟ ଏହି ଘଟଣା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି।
ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚାଲିଥିବା ତାଇୱାନ ଚାରିପାଖରେ ଚାଇନାର ସାମରିକ ଅଭ୍ୟାସରେ ଶାଣ୍ଡୋଙ୍ଗଗତ ମାସରେ ଅଂଶଗ୍ରହଣ କରିଥିଲେ।
ଗତ ବର୍ଷ ମାର୍ଚ୍ଚରେ ଚାଇନା ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ଶାଣ୍ଡୋଙ୍ଗ ତାଇୱାନ ଷ୍ଟ୍ରାଇଟ ଦେଇ ଯାଇଥିଲେ।
ତେବେ ତାଇୱାନରେ ଚାଇନାର ସାମରିକ କାର୍ଯ୍ୟକଳାପ ଜାରି ରହିଛି।
ଗତ ମାସରେ ଆନୁଷ୍ଠାନିକ ଭାବେସମରାଭ୍ୟାସ ଶେଷ କରିବା ପରେ ଚାଇନା ତାଇୱାନର ଚାରିଆଡ଼େ ସାମରିକ କାର୍ଯ୍ୟକଳାପ ଜାରି ରଖିଛି। ଶନିବାର ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଠଟି ଚାଇନା ଯୁଦ୍ଧ ବିମାନ ସାମ୍ରଦିକ ଅତିକ୍ରମ କରିଛି। ଗତ ଅଗଷ୍ଟ ସମରାଭ୍ୟାସ ପରଠାରୁ ଚାଇନାର ଯୁଦ୍ଧ ବିମାନ ନିୟମିତ ଭାବରେ ଏହା କରିଆସୁଛି।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ସରକାର ବେଜିଂର ସାବଭୌମତ୍ୱ ଦାବିକୁ ଦୃଢ଼ ବିରୋଧ କରିଛନ୍ତି। ସେ କହିଛନ୍ତି କେବଳ ଦ୍ୱୀପର ଲୋକମାନେ ସେମାନଙ୍କର ଭବିଷ୍ୟତ ସ୍ଥିର କରିପାରିବେ।

Share