କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ

ତେନ୍ତୁଳିଖୁଣ୍ଟି, ୨୩।୯(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର କଣ୍ଟାଗାଁରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏଥିସହ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନିରୀହ ଆଦିବାସୀ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ନ ଥିବା ଅଭିଯୋଗକରି ସୋମବାର ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍‌ ପକ୍ଷରୁ ତେନ୍ତୁଳିଖୁଣ୍ଟି ବନ୍ଦ କରାଯାଇଛି। ଜରୁରିକାଳୀନ ସେବାକୁ ବାଦ୍‌ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।
ସୋମବାର ଆବାହକ ଅଖିଳ ଭତ୍ରାଙ୍କ ନେତୃତ୍ୱରେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍‌ ସମସ୍ତ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, କଲେଜ ଛାତ୍ରୀଛାତ୍ର, ସରପଞ୍ଚ ସଂଘ ସଦସ୍ୟ, ବୁଦ୍ଧିଜୀବୀ, ଖବରଦାତା ଏବଂ ସ୍ଥାନୀୟ ଲୋକେ ଏହି ବନ୍ଦକୁ ସମର୍ଥନ କରିଥିଲେ। ସମସ୍ତେ କୁର୍ମାକୋଟ ଛକ ନିକଟରେ ଧାରଣାରେ ବସିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଆଦିବାସୀ ପରିବାର ଝିଅ ସହ ଏହି ଦୁର୍ଘଟଣା ଘଟିଥିବାରୁ ତଦନ୍ତ ବିଳମ୍ବ ହେଉଛି। ଏହାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ୍‌ ସଦସ୍ୟ ଓ ଅନ୍ୟମାନେ କହିଥିଲେ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରିବା, ପରିବାରକୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଡିଏସ୍‌ପି ବଟକୃଷ୍ଣ ମିଶ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ୨ରୁ ୩ଦିନ ମଧ୍ୟରେ ଗିରଫ ସହ ସମ୍ପୃକ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ...

ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ

କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସ୍ନେହାପ୍ରଭା...

କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri