Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି

ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂ ଧାମି। ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ତାଙ୍କୁ ରାଜ୍ୟପାଳ ଗୁରୁମିତ ସିଂଙ୍କ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବାର କିଛି ସମୟ ପରେ ପୁଷ୍କର ଧାମି ଆଶୀର୍ବାଦ ପାଇବା ପାଇଁ ମୋଦିଙ୍କ ନିକଟରେ ପହଞ୍ଚିଥିଲେ। ଧାମି ରାଜ୍ୟର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ପୁଷ୍କର ସିଂ ଧାମିଙ୍କ ପରେ ସତ୍ୟପାଲ ମହାରାଜ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସତ୍ୟପାଲଙ୍କ ବ୍ୟତୀତ ଧନ ସିଂ ରାୱତ, ଗଣେଶ ଯୋଶୀ, ରେଖା ଆର୍ଯ୍ୟ, ସୁବୋଧ ୟୁନିୟାଲ, ସୌରଭ ବହୁଗୁଣା, ପ୍ରେମଚାନ୍ଦ ଅଗ୍ରୱାଲ ଏବଂ ଚନ୍ଦନ ରାମ ଦାସ ଶପଥ ନେଇଥିଲେ।
ପୁଷ୍କର ସିଂ ଧାମି ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ହେଉଛନ୍ତି ରାଜ୍ୟର ଦ୍ୱାଦଶ ମୁଖ୍ୟମନ୍ତ୍ରୀ। ଗତ ବିଧାନସଭା ନିର୍ବାଚନରେ ଧାମି ଖତିମା ଆସନରୁ ହାରିଯାଇଛନ୍ତି। ପରାଜୟ ସତ୍ତ୍ୱେ ଭାଜପା ତାଙ୍କ ଉପରେ ବିଶ୍ୱାସ ରଖିଛି। ପୁଷ୍କର ସିଂ ଧାମିଙ୍କୁ ୬ ମାସ ମଧ୍ୟରେ ଜିତି ବିଧାନସଭା ସଦସ୍ୟ ହେବାକୁ ପଡ଼ିବ।

Share