Categories: ଜାତୀୟ

ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…

ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଗୋଆରେ ଗୋଟିଏ ରାଜ୍ୟସଭା ଆସନ, ଗୁଜରାଟରେ ୩ ଟି ଏବଂ ପଶ୍ଚିମବଙ୍ଗରେ ୬ ଟି ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ଏନେଇ ଜୁଲାଇ ୧୩ରେ ନାମାଙ୍କନ ଏବଂ ଜୁଲାଇ ୨୪ ରେ ଭୋଟ ଗ୍ରହଣ କରାଯାଇ ଭୋଟଗଣନା କରାଯିବ। ଗୁଜରାଟରୁ ଏସ ଜୟଶଙ୍କରଙ୍କ ଆସନ, ଡେରେକ ଓ’ବ୍ରାଇନ, ସୁସ୍ମିତା ଦେବ ଏବଂ ପଶ୍ଚିମବଙ୍ଗର ସୁଖେନ୍ଦୁ ଶେଖର ରାୟଙ୍କ ଆସନ ଖାଲି ହେଉଛି। ହେବ ବୋଲି ବିଶ୍ୱାସ ରହିଛି।

ଗୋଆର ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଜୁଲାଇ ୨୮ ରେ ଶେଷ ହେଉଥିବାବେଳେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଦୀନେଶ ଜେମଲଭାଇ ଅନାଭାଡିଆ ଏବଂ ଗୁଜରାଟର ଲୋଖଣ୍ଡୱାଲା ଜୁଗାଲ ସିଂ ମଥୁରଜୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ରେ ଶେଷ ହେବ। ପଶ୍ଚିମବଙ୍ଗର ଡେରେକ ଓ’ବ୍ରାଇନ, ଡୋଲା ସେନ, ପ୍ରଦୀପ ଭଟ୍ଟାଚାର୍ଯ୍ୟ, ସୁସ୍ମିତା ଦେବ, ଶାନ୍ତି ଛତ୍ରୀ ଏବଂ ସୁଖେନ୍ଦୁ ଶେଖର ରାୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ରେ ଶେଷ ହେବ। ଲୁଜିହ୍ନୋ ଜୋକୁମ ଫାଲେରୋଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ରାଜ୍ୟସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନର କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ରହିବ।

ଗୁଜରାଟରେ ମୋଟ ୧୧ ଟି ରାଜ୍ୟସଭା ଆସନ ରହିଛି। ଏଥିମଧ୍ୟରୁ ଆଠଟି ଆସନ ଭାଜପା ଏବଂ ତିନୋଟି କଂଗ୍ରେସ ପାଖରେ ରହିଛି। ଗୁଜରାଟରୁ ରାଜ୍ୟସଭାରେ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର, ଦୀନେଶ ଆନାଭାଡିଆ ଏବଂ ଜୁଗଳ ଠାକୁର (ଲୋକଚାନ୍ଦ) ଙ୍କ କାର୍ଯ୍ୟକାଳ୧୮ଅଗଷ୍ଟରେ ଶେଷ ହେବ। ଭାଜପା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ୩ ଆସନରେ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି।

Share