Categories: ଜାତୀୟ

୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି। ସଦସ୍ୟମାନେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭାରୁ ରାଜ୍ୟ ସଭାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଭାଜପାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ, ନୀରଜ ଶେଖର ଏବଂ ଅରୁଣ ସିଂ ରହିଛନ୍ତି। ସେହିପରି ଏସ୍‌ପିର ଡ. ଛତ୍ରପାଲ ସିଂ ଯାଦବ, ଜାଭେଦ ଅଲ୍ଲୀ ଖାଁ, ରବି ପ୍ରକାଶ ବର୍ମା, ରାମ ଗୋପାଳ ଯାଦବ ଅଛନ୍ତି। କଂଗ୍ରେସର ପି.ଏଲ୍‌. ପୁନିଆ ଏବଂ ରାଜ ବବରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିଏସ୍‌ପିର ରାଜା ରାମ ଏବଂ ବୀର ସିଂଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହେଉଛି। ସଦସ୍ୟମାନଙ୍କର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବ ବୋଲି ବାଚସ୍ପତିି କହିଛନ୍ତି। ସଦସ୍ୟମାନେ ସର୍ବଦା ଗୃହର ଗାରିମାକୁ ଦୃଷ୍ଟିରେ ରଖି ନିଜର କର୍ତ୍ତବ୍ୟ କରିଥିବା ବାଚସ୍ପତି କହିଛନ୍ତି।

Share