କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ, ପ୍ରଥମ ଭୂକମ୍ପ ସ୍ଥାନୀୟ ସମୟ ପ୍ରାୟ ୩.୨୦ ସମୟରେ ଘଟିଥିଲା। ଏହା ଭାନକୋଭରର ଉତ୍ତରରେ ପ୍ରାୟ ୧,୭୨୦ କିଲୋମିଟର (୧,୦୬୯ ମାଇଲ) ହାଇଡା ଗୱାଇର ଏକ ଦୂରରେ ଅବସ୍ଥିତ ଥିଲା ଏବଂ ଏହା ୩୩ କିଲୋମିଟର (୨୦ ମାଇଲ) ଗଭୀରରେ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହି କମ୍ପନ ଯୋଗୁ କୌଣସି ବଡ଼ କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ନାହିଁ।
ପ୍ରଥମ କମ୍ପନର ପ୍ରାୟ ଏକ ଘଣ୍ଟା ପରେ ସମାନ ଅଞ୍ଚଳରେ ୪.୫ ମ୍ୟାଗ୍ନିଚ୍ୟୁଡର ଦ୍ୱିତୀୟ ଭୂକମ୍ପ ଘଟିଥିଲା।

Share