ଭୟାବହ ଅଗ୍ନିକାଣ୍ଡ: ୧୪ ପରିବାର ସର୍ବସ୍ବାନ୍ତ

ଢେଙ୍କାନାଳ ଅଫିସ/ପରଜଙ୍ଗ (ଡି.ଏନ୍‌.ଏ.), ୨୦।୪: ଢେଙ୍କାନାଳ ଜିଲାର ପୃଥକ୍‌ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ବଖରା ପୋଡ଼ି ଛାରଖାର ହୋଇଯାଇଥିବାବେଳେ ୧୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି।
ନିଅଁାର କରାଳ ରୂପ ଦେଖିବାକୁ ମିଳିଛି ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ। ଏଠାରେ ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ହଠାତ୍‌ ଅଗ୍ନିକାଣ୍ଡ ଘଟି ଚାରିଆଡ଼କୁ ନିଅଁା ବ୍ୟାପୀ ଯାଇଥିଲା। ଫଳରେ ୧୩ ପରିବାର ୧୫ ବଖରା ଜଳିଯାଇଛି। ଶର୍ଟସର୍କିଟ୍‌ରୁ ନିଅଁା ଲାଗିଥିବା ସନ୍ଦେହ କରାଯାଉଛି। ଢେଙ୍କାନାଳ ଓ ରାସୋଳରୁ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଅଁାକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଗୋପାଳ ସେଠୀ, ବୁଧିଆ ସେଠୀ, ଲକ୍ଷ୍ମୀ ସେଠୀ, ପ୍ରଫୁଲ୍ଲ ସେଠୀ, ବିଜୟ ସେଠୀ, ପାଣ୍ଡବ ସେଠୀ, ରଞ୍ଜୁ ସେଠୀ, ପଙ୍କଜ ସେଠୀ, ଅଖିଳ ସେଠୀ, ଶ୍ରୀଧର ସେଠୀ, ରାଜନ ବେହରା, ସବିତା ସେଠୀ ସର୍ବସ୍ବ ହରାଇଥିବା ଅଭିଯାଗ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ବିପତ୍ତି ବିପନ୍ନଙ୍କ ଦୁଃଖ ବଢାଇ ଦେଇଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ପରଜଙ୍ଗ ବ୍ଲକ ଅଁଳାକଟା ଦଳିତ ସାହିରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଈଶ୍ୱର ନାଏକଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପରଜଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘରେ ଥିବା ସମସ୍ତ ଆସବାବପତ୍ର, ଖାଦ୍ୟଶସ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି।