ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୨ ଜଣ

ଜୋହାନ୍ସବର୍ଗ,୩୧ା୮: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଜରୁରୀକାଳିନ ସେବା ପଠାଯାଇଥିଲା। ଜରୁରୀକାଳିନ ପରିଚାଳନା ସେବା ମୁଖପାତ୍ର ରବର୍ଟ ମୁଲାଉଡି ଜଣେ ସ୍ଥାନୀୟ ପ୍ରସାରଣକାରୀଙ୍କୁ କହିଛନ୍ତି, ଆମେ ୫୨ଟି ମୃତଦେହ ଉଦ୍ଧାର କରିଛୁ ଏବଂ ୪୩ ଜଣ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଏଥି ସହିତ ଫିଲିପାଇନ୍ସର ଏକ ଆବାସିକ ଅଞ୍ଚଳରେ ଡ୍ରେସ୍‌ କାରଖାନାରେ ଅଗ୍ନିକାଣ୍ଡ ହେତୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁଇଟି ଦୁର୍ଘଟଣାରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

 

Share