ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ: ୪୩ ମୃତ, ଭୟରେ ଛାତ ଉପରୁ ଡେଇଁଲେ ଲୋକେ

ଢାକା,୧।୩: ବାଂଲାଦେଶର ରାଜଧାନୀ ଢାକାରେ ୭ ମହଲା ବିଶିଷ୍ଟ ଶପିଂ ମଲରେ ଅଗ୍ନିକାଣ୍ଡ କାଣ୍ଡ ଘଟି ଅତି କମରେ ୪୩ ଜଣଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ କହିଛନ୍ତି, ଗୁରୁବାର ରାତିରେ ଢାକା ସହରର ଡାଉନ ଟାଉନ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ସୁରକ୍ଷିତ ଲୋକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଚିକିତ୍ସିତ ହେଉଛନ୍ତି।
ଅଗ୍ନିଶମ କର୍ମଚାରୀମାନେ ମଲ ଭିତରୁ ଜଳିଯାଇଥିବା ମୃତଦେହକୁ ବାହାର କରିଛନ୍ତି।
ଅଗ୍ନିଶମ କର୍ମଚାରୀ କହିଛନ୍ତ,ଶପିଂ ମଲ୍‌ର ପ୍ରଥମ ମହଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟରୁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ କିଛିସମୟ ମଧ୍ୟରେ ନିଆଁ ସମଗ୍ର କୋଠାକୁ ଜଳିଗଲା। ଅନେକ ରେଷ୍ଟୁରାଣ୍ଟରେ ଗ୍ୟାସ ସିଲିଣ୍ଡର ଉପସ୍ଥିତ ଥିବାରୁ ନିଆଁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଗଲା। ଅଗ୍ନିକାଣ୍ଡ ଯୋଗୁ ଅନେକ ଲୋକ ବିଲଡିଂ ଭିତରେ ଫସି ରହିଥିଲେ। ଭୟରେ ଛାତରୁ ତଳକୁ ଡେଇଁଥିୋଲ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସପିଂ ମଲରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଏକ ଟିମ ଗଠନ କରିଛି।

Share